ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ ଘଟଣା:୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

0

ସମ୍ବଲପୁର:ସମ୍ବଲପୁରରେ ଇଣ୍ଟରନେଟ ବନ୍ଦ ।ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ ଘଟଣା । ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ ସେବା । ସୋସିଆଲ ମିଡିଆରେ ଉସୁକାଇବା ଭଳି ମେସେଜ ରୋକିବାକୁ ପଦକ୍ଷେପ । ଇଣ୍ଟରନେଟ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ।ଗତକାଲିଠୁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ରହିଛି । ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ଉତେଜନା ଦେଖିବାକୁ ମିଳିଥିଲା । ପଥରମାଡରେ ୧୦ ପୁଲିସଙ୍କ ସମେତ ୫୦ରୁ ଅଧିକ ହନୁମାନ ଜୟନ୍ତୀ ସମନ୍ୱୟ ସିମିତିର କର୍ମକର୍ତା ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ସମ୍ବଲପୁର ଅତିରିକ୍ତ ଏସିପି ଓ ଧନୁପାଲ୍ଲୀ ଆଇଆଇସି ଅଛନ୍ତି । ଆହତଙ୍କ ମଧ୍ୟରେ କିଛି ସ୍ଥାନୀୟ ଲୋକ ବି ଅଛନ୍ତି । ଆସନ୍ତାକାଲି ପାଳିତ ହେବ ହନୁମାନ ଜୟନ୍ତୀ । ତା ପୂର୍ବରୁ ଗତକାଲି ଧନୁପାଲି ଛକରୁ ରାଲି ବାହାରିଥିଲା । ଉତ୍ୟକ୍ତ ଲୋକେ ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି । ଦୋକାନ, କାର ଓ ବାଇକ ଜାଳି ଦେଇଛନ୍ତି ଲୋକେ । ଏହାକୁ ନେଇ ସମ୍ବଲପୁରରେ ଉତେଜନା ପ୍ରକାଶ ପାଇଛି । ଘଟଣାରେ ୨୫ ଜଣଙ୍କୁ ଅଟକ ରଖିଛି । ଏହି ଘଟଣାରେ ସହରରେ ବର୍ତମାନ ୧୫ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।