ଟିକା ପାଇଁ ଲାଇନରେ ପଥର

0

ଭୋଗରାଇ– କରୋନା ମହାମାରୀରୁ ବଞ୍ଚିବା ପାଇଁ ଟିକା ଲୋକଙ୍କ ଏକ ମାତ୍ର ଅସ୍ତ୍ର ପାଲଟିଛି ।ରାଜ୍ୟରେ ଟିକା ଉପଲବ୍ଧ ନଥିବାରୁ ଲୋକେ ଟିକା ନେବା ପାଇଁ ହନ୍ତସନ୍ତ ହେଉଛନ୍ତି । ଟିକା କେନ୍ଦ୍ର ଆଗରେ ଲମ୍ବା ଧାଡି ଦେଖିବାକୁ ମିଳୁଛି । ଲୋକଙ୍କ ଭିତରେ ସାମାଜିକ ଦୂରତା ରଖୁନଥିବାବେଳେ କୋଭିଡ କଟକଣା ନିୟମ ଉଲ୍ଲଙ୍ଘନ କରୁଛନ୍ତି । ଏମିତି କି ରାତିସାରା ଲୋକେ ନିଜ ନିଜ ଜାଗାରେ ଇଟା ,ପଥର ରଖି ଜଗିରହୁଛନ୍ତି ।ଲୋକେ ଟିକା ନେବା ପାଇଁ ସାମାଜିକ ଦୂରତାକୁ ଭୁଲିଯାଇ ନିଜ ନିଜ ଭିତରେ ଠେଲା ପେଲା ହେଉଛନ୍ତି ।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଆପାଳ ବଚ ପ୍ରତାପପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ।ସୂଚନାଯୋଗ୍ୟ ଯେ, ପ୍ରତାପପୁର ସ୍ବାସ୍ଥ୍ୟକେନ୍ଦ୍ରରେ ହୋଇଥିବା ଟିକାଦାନ କେନ୍ଦ୍ରରେ ଲୋଲେ ରାତିସାରା ଲାଇନ୍ ଲଗାଇ ବସିଥିବା ଦେଖିବାକୁ ମିଳିଛି । ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଟିକା ଦିଆଯିବା ଖବର ପାଇ ବିଭିନ୍ନ ଗ୍ରାମରୁ ଲୋକେ ସୋମବାର ରାତି ୧୨ଟାରୁ ହସ୍ପିଟାଲ ଫାଟକ ନିକଟରେ ଇଟା ପକାଇ ଅପେକ୍ଷା କରିଥିଲେ । ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ଟିକାଦାନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଉକ୍ତ କେନ୍ଦ୍ର ପାଇଁ ମାତ୍ର ୩ ଶହ ଟିକା ଆସିଥିଲା ।