(କେରଳ) : ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ । କେରଳର ମାଲାପୁରମ ଜିଲ୍ଲାର ଥିରୁନାଭାୟା ଓ ତିରୁର ଦେଇ ଏହି ଟ୍ରେନ ଯାଉଥିବାବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ପଥରଟି ସି- ୪ କୋଚରେ ବାଜିଛି। ଫଳରେ ଟ୍ରେନର କାଚ ଭାଙ୍ଗିଯାଇଛି। ତେବେ ରେଳ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ସୁନା ମିଳିଛି । ଅନ୍ୟପଟେ ମାଲାପୁରମ ଜିଲ୍ଲା ପୁଲିସ ପକ୍ଷରୁ ତନାଘନା ଜାରି ରହିଛି।
ସୂଚନାନୁଯାୟୀ , କେରଳରେ ଗତ ମାସ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ ହୋଇଛି। କିନ୍ତୁ ପର ମୁହୂର୍ତ୍ତରେ ଏହା ବାତିଲ ହୋଇଯାଇ ସୋରନୁରରେ ରହିବ ବୋଲି ଜଣାପଡିବା ପରେ କଂଗ୍ରେସ ନେତୃତ୍ବାଧୀନ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।