ଥାଇରଏଡ୍ ରୋଗୀ ସେବନ କରନ୍ତୁନାହିଁ ଏହି ସବୁ

ବ୍ୟସ୍ତବହୁଳ ଜୀବନ ଶୈଳୀ ଭିତରେ ନିଜର ଖାଦ୍ୟପାନର ଧ୍ୟାନ ରଖିବା ବଡ଼ ମୁସ୍କିଲ ହୋଇପଡୁଛି ।

0

(ଭୁବନେଶ୍ୱର) : ବ୍ୟସ୍ତବହୁଳ ଜୀବନ ଶୈଳୀ ଭିତରେ ନିଜର ଖାଦ୍ୟପାନର ଧ୍ୟାନ ରଖିବା ବଡ଼ ମୁସ୍କିଲ ହୋଇପଡୁଛି । ଯାହାକୁ ନେଇ ବିଭିନ୍ନ ପ୍ରକାରର ରୋଗବ୍ୟାଧି ବଢ଼ିବାରେ ଲାଗିଛି । ତେବେ ଏହାରି ମଧ୍ୟରେ  ଥାଇରଏଡ୍  ସାମିଲ ହୋଇଯାଇଛି । ଥାଇରଏଡ୍ ଗ୍ରନ୍ଥି ଅଧିକ ଆକ୍ଟିଭ୍ ହେଲେ ଶରୀରରେ ମେଟାବୋଲିଜିମ୍ର ମାତ୍ରା ବଢ଼ିଥାଏ। ଏଥିଯୋଗୁ ଶରୀରର ଓଜନ ବୃଦ୍ଧି ହୋଇଥାଏ।

ଯଦି ଆପଣ ଚିନ୍ତିତ ହେଉଛନ୍ତି ତେବେ ଚିନ୍ତା କରିବାର କିଛି ନାହିଁ । କିଛି ଖାଦ୍ୟ ରହିଛି,ଯାହା ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ଏହି କ୍ରମରେ ଥାଇରଏଡ୍ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ୍ ।

୧. ମାଂସରେ ବହୁଳ ପରିମାଣରେ ଫ୍ୟାଟ୍ ଏବଂ କୋଲେଷ୍ଟ୍ରଲ ରହିଥାଏ। ତେଣୁ ଏହି ରୋଗୀମାନେ ମାଂସ ଖାଇବା ଅନୁଚିତ୍।

୨. ଥାଇରଏଡ୍ ରୋଗୀ ଜଙ୍କ ଫୁଡ୍ ସେବନ କରିବା ମଧ୍ୟ ଅନୁଚିତ। ଯେଉଁଥିପାଇଁ ବିଭିନ୍ନ ପ୍ରକାରର        ଅସୁବିଧା ଦେଖାଦିଏ।

୩. ଚା ଥାଇରଏଡ୍ ରୋଗୀଙ୍କୁ ମଦ ସେବନ କରିବା ଠାରୁ ଦୂରରେ ରହିବା ଉଚିତ୍ । କାରଣ ଥାଇରଏଡ୍        ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ମଦ ଖରାପ ପ୍ରଭାବ ପକାଇଥାଏ।

୪.ଥାଇରଏଡ ରୋଗୀ ସୋୟାବିନ୍ ଖାଇବା ଅନୁଚିତ ।

୫.ପାଳଙ୍ଗ,କୋବି, ବ୍ରୋକୋଲି ଇତ୍ୟାଦି ସେବନ କରିବା ଅନୁଚିତ।