ୟୁପି ଏବଂ ବିହାରରେ ବଜ୍ରପାତରେ ଗଲା ୮୦ରୁ ଅଧିକ ଜୀବନ

0

ଗତକାଲି ଓଡିଶାରେ ତାଣ୍ଡବ ରଚିଛି କାଳ ବୈଶାଖୀ । କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି ତ ଆଉ କେଉଁଠି ଘର ଉପରେ ଗଛ ପଡି କ୍ଷତି ଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ କୁଆ ପଥର ବର୍ଷା ମଧ୍ୟ ହୋଇଥିଲା । ସେହିପରି ବିହାର ଏବଂ ଉତ୍ତରପ୍ରଦେଶରେ କାଳରୂପୀ କାଳବୈଶାଖୀ ରେ ଭାଙ୍ଗିଯାଇଛି ଘର, ଆଉ ଚାଲିଯାଇଛି ୮୦ରୁ ଅଧିକ ଜୀବନ ।


ଗୁରୁବାର ଉତ୍ତରପ୍ରଦେଶର ପ୍ରାୟ ୫୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା । ଏହି ଅଦିନିଆ ବର୍ଷା ଗ୍ରୀଷ୍ମପ୍ରବାହରୁ ମୁକ୍ତି ଦେଇଥିବା ବେଳେ ଚାଷରେ ବ୍ୟାପକ କ୍ଷତି ଘଟାଇଛି । ସେହିପରି ବିଭିନ୍ନ ସ୍ଥାନରେ ବଜ୍ରପାତରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ବଜ୍ରପାତରେ ଫତେପୁର-ଆଜମଗଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଫିରୋଜାବାଦ, କାନପୁର ଦେହାଟ ଓ ସୀତାପୁରରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ବିହାରରେ ଭୀଷଣ ବର୍ଷା ଏବଂ ବଜ୍ରପାତ ଯୋଗୁଁ ଗତ ୨୪ ଘଣ୍ଟାରେ ଗଲାଣି ୬୦ରୁ ଅଧିକ ଲୋକଙ୍କ ଜୀବନ ।

ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ଭୀଷଣ ବର୍ଷା ହୋଇଛି । ଫଳରେ ନାଳନ୍ଦା, ସିୱାନ୍, ସରଣ, ଭୋଜପୁର, ଗୟା, ଦାରବଙ୍ଗା, ଜାମୁଇ ଏବଂ ସାହାରା ସମେତ ୨୦ ଜିଲ୍ଲା ପ୍ରଭାବିତ ହୋଇଛି । ନାଳନ୍ଦାରୁ ପ୍ରାଣ ହରାଇଛନ୍ତି ସର୍ବାଧିକ ଲୋକ । ନାଳନ୍ଦାରେ ଏକ ବିରାଟ ବର ଗଛ ଉପୁଡ଼ି ମନ୍ଦିର ଉପରେ ପଡ଼ିଯିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଝଡ଼ କମିବା ପରେ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।


ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଘଟଣାଗୁଡ଼ିକ ପାଇଁ ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରଭାବିତ ପରିବାରକୁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା। ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏହାସହ ପ୍ରାକୃତିକ ବିପର୍ୟ୍ୟୟରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।