ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା ‘ମୋକା’

0

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାର ରୂପ ନେଲା ମୋକା ।ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ଏହା ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଏହା ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି। ଏହା ଆଜି ସକାଳ ୫.୩୦ ର ପର୍ୟ୍ୟବେକ୍ଷଣ ଅନୁଯାୟୀ ଗତ ୬ଘଣ୍ଟାରେ ଘଣ୍ଟାପ୍ରତି ବେଗ ୯କିମି ହାରରେ ଉତ୍ତରଆଡକୁ ଗତିକରୁଛି ତଥା ୧୩.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୮.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିବା ସହ ପୋର୍ଟବ୍ଲେୟାର ଠାରୁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ୫୨୦ କିମି , ବଙ୍ଗଳଦେଶ ର କକ୍ସ ବଜ଼ାର ଠାରୁ ଦକ୍ଷିଣଦକ୍ଷିଣ ପଶ୍ଚିମ ଦିଗରେ ୧୦୧୦ କିମି, ଏବଂ ମିଆଁମାର ର ସ୍ୱଇଟେ ଠାରୁ ସମାନ ଦିଗରେ ୯୩୦ କିମି ଦୂରରେ ସକ୍ରିୟ ରହିଛି କ୍ଷ
ଏହା ଧୀରେଧୀରେ ଗତିର ଦିଗ ପରିବର୍ତ୍ତନହ କରି ଉତ୍ତରଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି କ୍ଷ ଏହା ଏକ ଅତି ଭୀଷଣ ବାତ୍ୟା ଭାବେ ୧୪ ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣପୂର୍ବ ବଙ୍ଗଳଦେଶ ଏବଂ ଉତ୍ତର ମିଆଁମାର ଉପକୂଳକୁ କକ୍ସ ବଜାର (ବଙ୍ଗଳଦେଶ) ଏବଂ କ୍ୟାୟପିୟୁ (ମିଆଁମାର) ମଧ୍ୟରେ ମିଆଁମାର ର ସ୍ୱଇଟେ ନିକଟରେ ସ୍ଥାୟୀ ପବନ ଘଣ୍ଟାପ୍ରତି ୧୫୦ ରୁ ୧୬୦ ସର୍ବାଧିକ ୧୭୫କିମି ସହ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି କ୍ଷ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ‘ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି। ବାତ୍ୟା ଜନିତ ପବନ କି ବର୍ଷା ଓଡ଼ିଶା ଏବଂ ଆନ୍ଧ୍ରରେ ହେବନି’ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି।