(ଦିଲ୍ଲୀ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି । ଗତ କିଛି ସପ୍ତାହ ଧରି ଭାରତର ଉତ୍ତର ଭାଗରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାରି ଭିତରେ ରାଜଧାନୀ ଦିଲ୍ଲୀରେ ମଧ୍ୟ ପାରା ଉପର ମୁହାଁ ହୋଇଛି।
ଉତ୍ତାପ-ଦ୍ୱୀପ ପ୍ରଭାବ ଅର୍ଥାତ ହିଟ୍ ଆଇଲାଣ୍ଡ ଇଫେକ୍ଟ ପ୍ରଭାବରେ ଏଭଳି ହେଉଛି। ଦେଶରେ ଯେତେ ଗରମ ପବନ ଜାରି ରହିଛି ରାଜଧାନୀ ଦିଲ୍ଲୀରେ ସେତେ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି। ଏଠାରେ ସର୍ବାଧିକ ଅଧିକ ତାପମାତ୍ରା ଓ ସବୁଠାରୁ କମ୍ ତାପମାତ୍ରା ମାତ୍ର ୧୦ କିଲୋମିଟର ଦୂରରତା ଭିତରେ ଦେଖାଯାଉଛି।
ସୂଚନାନୁଯାୟୀ , ଯମୁନା ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଶନିବାର ତାପମାତ୍ରା ୪୬.୪ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଥିଲା। ଯେତେବେଳେ କି ରାଜଧାନୀରେ ଏହି ଦିନ ସବୁଠାରୁ ଅଧିକ ତାପମାତ୍ରା ରହିଥିଲା। ମୟୁର ବିହାର ସେଠାରେ ତାପମାତ୍ରା ୪୨.୮ ଡିଗ୍ରି ରେକର୍ଡ କରାଯାଇଛି।