ସୁଭଦ୍ରା ଯୋଜନା ଆବେଦନରେ ମହିଳାଙ୍କୁ ଭ୍ରମିତ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

0

ଯେଉଁ ମାନେ ମହିଳା ମାନଙ୍କୁ ଭ୍ରମିତ କରି ଅର୍ଥ ଆଦାୟ କରୁଛନ୍ତି, ସେମାନଙ୍କ ବିରୋଧରେ 14678 ହେଲ୍ପ ଲାଇନର ଅଭିଯୋଗ କରନ୍ତୁ । ଯିଏ ସୁଭଦ୍ରା ଯୋଜନା ନାଁରେ ସାଧାରଣ ହିତାଧିକାରୀଙ୍କୁ ହଇରାଣ କରୁଥିବ, ତାଙ୍କ ନାଁରେ ଅଭିଯୋଗ ଦେଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ସାଢ଼େ 3 ଲକ୍ଷ ଆବେଦନ ହୋଇସାରିଲାଣି ।

ସୁଭଦ୍ରା ଯୋଜନା ଆବେଦନର କୌଣସି ଶେଷ ତାରିଖ ନାହିଁ । ଯେଉଁମାନେ 17 ତାରିଖ ପରେ ବି ଆବେଦନ କରିବେ, ସେମାନେ ମଧ୍ୟ ଯୋଜନାରେ ସାମିଲ ହୋଇପାରିବେ ଏବଂ ସମାନ ଅନୁଦାନ ପାଇବେ । ଶେଷ ହିତାଧିକାରୀ ସାମିଲ ନହେବା ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ତେଣୁ ମୋ ସେବା କେନ୍ଦ୍ର ଓ ସିଏସସି ସେଣ୍ଟରରେ ଅଯଥା ଭିଡ଼ ଜମାନ୍ତୁ ନାହିଁ ବୋଲି ଅପିଲ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆବେଦନ ବେଳେ କିଛି ସମୟ ପାଇଁ ସର୍ଭର ଡାଉନ୍ ରହୁଥିବ ।