ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଟ୍ରାଫିକ କଟକଣା। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଜାରି ରହିବ। ଏନେଇ କମିଶନରେଟ୍ ପୁଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା। ଜୟଦେବ ବିହାରରୁ ନାଲକୋ ଛକ, ନାଲକୋ ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ କଟକଣା। ସେପଟେ ନନ୍ଦନକାନନ ରୁ ଜୟଦେବ ବିହାର ଆଡ଼କୁ ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ। ଜୟଦେବ ବିହାର ପଟୁ ନନ୍ଦନକାନନ ଆଡ଼କୁ ଗଲେ ଆଚାର୍ଯ୍ୟ ବିହାର ସୈନିକ ସ୍କୁଲ ଦେଇ ଯିବେ। ଜରୁରୀକାଳୀନ ସେବାରେ ନିୟୋଜିତ ଫାୟାର, ଆମ୍ବୁଲାନ୍ସ ପାଇଁ କୌଣସି କଟକଣା ନାହିଁ।