(ପ୍ରଶାନ୍ତ କୁମାର ସ୍ବାଇଁ / ପାରାଦୀପ ) : ପାରାଦୀପ ସ୍ଥିତ ଅଠରବାଙ୍କୀ ନିକଟରେ ପାରାଦୀପ ଇଣ୍ଡର୍ଷ୍ଟିଆଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ସଂପାଦକ ରଞ୍ଜନ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଶ୍ରମିକ ମାନେ ମୋଦି ସରକାରଙ୍କର ଶ୍ରମିକ ବିରୋଧୀ ମଜୁରୀ କୋର୍ଡ ଲାଇନ ବାତିଲ, କାର୍ୟ୍ୟକ୍ଷେତ୍ରରେ ସ୍ବାସ୍ଥ୍ୟ, ନିରାପତ୍ତା ଓ ଚାକିରୀ ସର୍ତ୍ତ ବିଲ୍ ବାତିଲ କରିବା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘର କହିବା ଅନୁଯାୟୀ ଶ୍ରମିକ ମାନେ ସଦାସର୍ବଦା ଶୋଷଣର ଶିକାର ହେଉଛନ୍ତି, ନିର୍ୟାତନା ଭୋଗୁଛନ୍ତି, ଶ୍ରମିକ ମାନଙ୍କୁ ହକ୍ ଦିଗରେ ମୋଦି ସରକାର ଏହି ସବୁ ଆଇନ ଆଣି ତାଙ୍କ ଆର୍ଥିକ ମାନଦଣ୍ଡ ଭାଙ୍ଗିବାକୁ ବସିଛନ୍ତି। ତୁରନ୍ତ ଏହି ସବୁ ବାତିଲ ନକଲେ ଆନ୍ଦୋଳନ ଯୋରଦାର ହେବବୋଲି ସଂଘ ଚେତାବନୀ ଦେଇଛି।