ଗୋପାଳପୁର ବିଧାୟକଙ୍କୁ ଜୋରଦାର ବିରୋଧ

0

ଓଡିଶା: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ । ନିଜ ନିର୍ବାଚନ ମଣ୍ଡଳୀରେ ହଟହଟା ହୋଇଛନ୍ତି ପ୍ରଦୀପ । ବ୍ରହ୍ମପୁରରେ ପହଞ୍ଚିବା ପରେ ବିଧାୟକଙ୍କ ଗାଡିକୁ ଅଟକାଇ ଗୋ ବ୍ୟାକ୍ ନାରା ଦେଇଛନ୍ତି ବିକ୍ଷୋଭକାରୀ । ଗାଡି ସାମ୍ନାରେ ଠିଆ ହୋଇ ବାଟ ଓଗାଳିଥିଲେ ଓ ଏହା ସହିତ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା ,ପଥର ଓ ବୋତଲ ମାଡ କରିଥିଲେ । ଲୋକଙ୍କୁ ଠକିଥବବା କହି ଲୋକଙ୍କ ପଇସା ଫେରାଇବାକୁ ନାରାବାଜି ଦେବା ସହିତ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ । ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକଙ୍କ ମଧ୍ୟରେ ଡେଲାପେଲା ହୋଇଛି । ତେବେ ଏପରି ଉତ୍ତେଜନା ରୋକିବାକୁ ପୋଲିସ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପ୍ରଦୀପ କହିଛନ୍ତି “ମୁଁ ଆସିବା ପୂର୍ବରୁ ବ୍ରହ୍ମପୁର ଏସପିଙ୍କୁ ଜଣାଇଥିଲି’ । ଏସପି ସମ୍ମତି ଦେଇଥିଲେ ବି ଏଯାଏଁ କିଛି ବ୍ୟବସ୍ଥା କରାଯାଇନି । “ମୋ ଗାଡିକୁ ଏନଏଚରେ ଅଟକାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଜେଲ ଯିବା ଭୟରେ ଏମାନେ ଶାସନକୁ ଜାବୁଡି ଧରିଛନ୍ତି ବୋଲି କହିବା ସହ ଆଉ କେହି ମୁଖ୍ୟମନ୍ତ୍ରୀ ହେଲେ ପ୍ରଦୀପ । ଅନ୍ୟପଟେ ଟାଉନ ଥାନା ଆଇଆଇସି ଶୁରେଶ ତ୍ରୀପାଠୀଙ୍କୁ ପ୍ରଦୀପ ଧମକ ହେଇଛନ୍ତି । ପୋଲିସକୁ ଫିନିସ କରିଦେବାକୁ ସେ ଧମକ ଦେଇଛନ୍ତି ।