ନିଶାଦ୍ରବ୍ୟରେ ରୋକ ଲଗାଇବାକୁ ପୋଲିସର ଦୃଢ କାର୍ଯ୍ୟଅନୁଷ୍ଠାନ

0

ଭୁବନେଶ୍ୱର: ନିଶାଦ୍ରବ୍ୟ ସେବନ ଓ ବିକ୍ରିକୁ ପ୍ରତିହତ କରିବା ନିମନ୍ତେ ପୋଲିସ ଦୃଢ କାର୍ଯ୍ୟ ଅନୁଷ୍ଠାନ କରୁଛି । ଏହି ନିଶା କାରବାରକୁ ରୋକିବା ଲାଗି ଥାନା ସ୍ତରରେ ପ୍ରୟାଶ କରାଯାଉଥିବା ବେଳେ ସ୍ୱତନ୍ତ୍ର ରୂପେ ଗଠିତ ଅପରେସନ ମଧ୍ୟ ବହୁତ ସହାୟକ ହେଉଛି । ଅପରେସନ ହ୍ୱାଇଟ ସ୍ପାଇଡର, ପିଓପିଡି ଏବଂ ଟିମ୍- ୬୦ ମଧ୍ୟ ନଜର ରଖି ଗତ ୨୦୨୧ ମସିହା ଅଗଷ୍ଟ ମାସରୁ “ ଅପରେସନ ହ୍ୱାଇଟ ସ୍ପାଇଡର” ମାଧ୍ୟମରେ ଚଳିତ ବର୍ଷ ୨୦୨୩ ମସିହା ଜୁଲାଇରେ କୋର୍ଟ ଚାଲାଣ କରାଯାଇଥିଲା । ସେମାନଙ୍କ ନିକଟରୁ ୫୩ଗ୍ରାମ ୪୫ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୧୪,୩୪୦ଟଙ୍କା, ୦୪ଟି ମୋବାଇଲ ଫୋନ ଏବଂ ୦୩ଟି ଦୁଇଚକିଆ ଯାନ ଜବତ କରାଯାଇପାରିଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ୦୯ଗୋଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୧୯ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ୧କୁଇଣ୍ଟାଲ ୭କିଲୋଗ୍ରାମ ୯୦୩ଗ୍ରାମ ଓଜନର ଗଞ୍ଜେଇ, ୧,୬୫,୭୭୯ଟଙ୍କା, ୫ଟି ମୋବାଇଲ ଫୋନ ଏବଂ ଗୋଟିଏ ତିନି ଚକିଆ ଯାନ ଜବତ କରାଯାଇଥିଲା ।