ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ରାଜଧାନୀ । ଦିଲ୍ଲୀ ଏନସିଆରରେ ଭୂମିକମ୍ପର ବଡ ଧରଣର ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ ହୋଇଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ଧୋଲାକୁଆଁ ନିକଟ ଅଞ୍ଚଳ ବୋଲି କୁହାଯାଉଛି ।
ଆଜି ସକାଳ ୫ଟା ୩୬ରେ ଦିଲ୍ଲୀର ଏନସିଆର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଦିଲ୍ଲୀ ସମେତ ୟୁପି ଓ ହରିୟାଣାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ ଲୋକ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।