କପି ବାହାନାରେ କମନ୍ ରୁମକୁ ଡାକି ଅସଦାଚରଣ;ଆତ୍ମହତ୍ୟା କଲେ ଛାତ୍ରୀ ଜଣଙ୍କ

0

ଭୁବନେଶ୍ୱର; କପି ବାହାନାରେ କମନ୍ ରୁମକୁ ଡାକି ଅସଦାଚରଣ ଅଭିଯୋଗ । ଅଧ୍ୟାପକଙ୍କ ଅସଦାଚରଣ ପାଇଁ ଯୁକ୍ତ ଦୁଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକରୁ । ସୂଚନାମୁତାବକ, ସୌମ୍ୟା ଶ୍ୱାଶତି ନାୟକ ପଟ୍ଟାମୁଣ୍ଡାଇ କଲେଜରେ +୨ ବାଣିଜ୍ୟ ପରୀକ୍ଷା ଦେବାକୁ ଯାଇଥିଲେ ପରୀକ୍ଷା ଦାୟିତ୍ବରେ ଥିବା ଜଣେ ଅଧ୍ୟାପକ କପି ଯାଞ୍ଚ ବାହାନାରେ ସୌମ୍ୟାଙ୍କୁ କମନ୍ ରୁମ୍କୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଛାତ୍ରୀ ଜଣକ ଘରେ ଆତ୍ମହତ୍ୟା କରିଥିବା ନେଇ ମା’ ଲକ୍ଷ୍ମୀପ୍ରିୟା ନାୟକ କହିଛନ୍ତି । ପଟ୍ଟାମୁଣ୍ଡାଇ ବଡ଼ପଡ଼ା ପଞ୍ଚାୟତର ମୁଲୁଗାଇ ଗାଁର ସୌମ୍ୟା ଏବେ ଆତ୍ମହତ୍ୟା କରିବା ପରେ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ୧୯ ତାରିଖ ପରୀକ୍ଷାରେ ଅସଦାଚରଣ ଅଭିଯୋଗ ହୋଇଥିଲେ ମଧ୍ୟ ଛାତ୍ରୀ ଜଣଙ୍କ ୨୪ ତାରିଖରେ ଆତ୍ମହତ୍ୟା କରିଥିଲା ଓ ପରିବାର ଲୋକେ ଗତ ୧ ତାରିଖ ରେ ଥାନାରେ ଅଭିଯୋଗ କରିଛନ୍ତି ।