ସେଲଫି ନେଲା ବେଳେ ଟ୍ରେନରୁ ଖସିପଡି ଛାତ୍ରୀଙ୍କ ମୃତ୍ୟୁ

0

କେନ୍ଦୁଝର: ସେଲଫି ନେଲା ଜୀବନ , ଟ୍ରେନରୁ ଖସିପଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଟାଙ୍ଗିରିଆପାଳ-ଶଗଡ଼଼ପଟା ଷ୍ଟେସନ ମଝିରେ । ପୁରୀ-ବଡ଼ବିଲ ଏକ୍ସପ୍ରେସ ଟ୍ରେନରେ ଘରକୁ ଫେରୁଥିଲେ ଛାତ୍ରୀ। ଟ୍ରେନରେ ସାଙ୍ଗମାନଙ୍କ ସହ ସେଲଫି ନେବାବେଳେ ଛାତ୍ରୀ ଜଣଙ୍କ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଛାତ୍ରୀଙ୍କ ଘର ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁରେ ବୋଲି ଜଣାପଡ଼ିଛି। ଛାତ୍ରୀ ଜଣକ ଭୁବନେଶ୍ୱର ଏକ ଘରୋଇ କଲେଜରେ  ପଢୁଥିବା ବେଳେ  ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।