କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ 

0

ଭଦ୍ରକ/ ସେକ ଫୌଇଜାନ କାଦ୍ରି: ଭଦ୍ରକ ପୁରୁଣା ବଜାର ଯୁବ ସଙ୍ଘ ମ୍ୟାଟ୍ରିକ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀକୁ ସମ୍ବର୍ଦ୍ଧିତ କରିଛନ୍ତି । କୃତୀ ଛାତ୍ରଛାତ୍ରୀ ହେଲେ ଜିଲ୍ଲା ସ୍କୁଲର ହେନ୍ନା କାଦ୍ରି, ସନା ଖାନ, ସାନିଆ ୱାହୀଦ, ଓ ସୁଭଦ୍ରା ବାରିକ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ  ସରିଫ ସାର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜାକାଉଲ୍ଲା, ହାଜି ହୁସ୍ମାନୁଲ ହକ, ଯହିଦ ହବିବ, ହଜି ଜୁଲଫୁକାର, ଆଡ଼ଭୋକେଟ ନୁର ମୋଜାସମ, ଆଡ଼ଭୋକେଟ ବିନୋଦ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।