ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

0

ଜୟପୁର : ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର । ସରସ୍ୱତୀ ପୂଜା ଭସାଣି ବେଲେ ଛୁରାମାଡ । ଏଭଳି ଘଟଣା ଘଟିଛି ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ଛୁରାମାଡ କରିଛନ୍ତି ଅଣଛାତ୍ର । ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।


ସୂଚନା ଅନୁଯାୟୀ, ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ଦ୍ୱିତୀୟ ବର୍ଷର ଛାତ୍ର ରାମଚନ୍ଦ୍ର ପାଢୀ ନିଜ ସାଥୀଙ୍କ ସହିତ ବିସର୍ଜନ ପାଇଁ ଯାଇଥିଲେ । ତେବେ ଫେରୁଥିବା ବେଲେ ତୀବ୍ର ଝଗଡା ହୋଇଥିଲା । ଏହାକୁ ଅନ୍ୟ ସାଙ୍ଗମାନେ ବିରୋଧ କରୁଥିଲେ । ପରେ ସମ୍ପୃକ୍ତ ଅଣଛାତ୍ର କିଛି ପିଲାଙ୍କ ସହିତ ମିଶି ରାମଚନ୍ଦ୍ରକୁ ଛୁରାମାଡ କରିଥିଲେ । ପ୍ରଥମେ ଜିଲ୍ଲା ଚିକିତ୍ସାମୁଖ୍ୟାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କୋରଆପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବଂ ତାଙ୍କ ଅବସ୍ଥା ଗୁତର ଥିବା ଜଣାପଡିଛି ।