ପାତାଳୀ ଶିକ୍ଷେତ୍ରକୁ ଯାତ୍ରା କଲେ ଝାଡେଶ୍ୱରି ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ

0

ସୁବର୍ଣ୍ଣପୁର, ଓମ ପ୍ରକାଶ ମିଶ୍ର : ଝାଡେଶ୍ବରି ସ୍ନାତକ ମହାବିଦ୍ୟାଳୟ, ଧମାର ଅଧ୍ୟୟନ ଯାତ୍ରା ପାତାଳୀ ଶ୍ରୀକ୍ଷେତ୍ର, ସୁବର୍ଣ୍ଣପୁରକୁ ହୋଇଛି ।ଅଧ୍ୟକ୍ଷ ଅନିଲ ପ୍ରଧାନ ପାତାଳୀ ଶ୍ରୀକ୍ଷେତ୍ରର ଗୁରୁତ୍ଵବୁଝାଇଥିବାବେଳେ ଇତିହାସ ଅଧ୍ୟାପକ ସଂସାର ପଧାନ ମୋଗଲ ସମ୍ରାଟ ରକ୍ତବାହୁ ଆକ୍ରମଣରୁ ଓଡିଶାର ଚତୁଦ୍ଧାମୂର୍ତିଙ୍କ ବିଗ୍ରହକୁ ସୁରକ୍ଷା ପ୍ରଦାନ କରିବା ବିଷୟରେ ଅବଗତ କରାଇଥିଲେ ।

ଏଥିରେ ୯୦ ଜଣ ଛାତ୍ର ଛାତ୍ରୀଙ୍କ ସହ ଅଧ୍ୟାପକ ଅଧ୍ୟାପିକାମାନେ ପାତାଳୀ ପର୍ବତକୁ ଆରୋହଣ କରି ପାତାଳୀ ଗୁମ୍ଫାକୁ ପରିଦର୍ଶନ କରିଥିଲେ । ପ୍ରମୋଦ ଦେହେରୀ, ସଂଜୟ ସାହୁ, ସୁଦିପ୍ତା ଦାସ, ତନ୍ମୟା ବେହେରା, ଅମ୍ରିତା ପଟ୍ଟନାୟକ, ସୁଶ୍ରୀ ପାଢୀ, ସୁନୀତା ସେଠ୍, ମନିଷା ବେହେରା ପ୍ରମୁଖ ଅଧ୍ୟାପକ ଅଧ୍ୟାପିକାଗଣ ପାତାଳୀ ଶ୍ରୀକ୍ଷେତ୍ରର ଐତିହାସିକପୃଷ୍ଠଭୂମିକୁ ବୁଝାଇଥିଲେ ଏବଂ ଏ ବିଷୟରେ ଅଧୂକ ଗବେଷଣାର ଆବଶ୍ୟକତା ଅଛି ବୋଲି କହିଥିଲେ ।

ଏହି କାର୍ୟ୍ୟକ୍ରମରେ ଲମ୍ବୋଦର ପାଢ଼ୀ, ଏକାଦଶୀଆ ଦଳେଇ, ଦିଲୀପ ଗୁରୁ, ଯଦୁମଣି ସାହୁ, ଚିନ୍ମୟ ପାଣିଗ୍ରାହୀ, ରତନ ଲୁହୁର ପ୍ରମୁଖ କର୍ମଚାରିଗଣ ସହଯୋଗ କରିଥିଲେ । ଏଥିରେ କଲେଜର ପରିଚାଳନା କମିଟିର ସଦସ୍ୟଗଣ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।