+୨ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ କରିପାରିବେ ଛାତ୍ରଛାତ୍ରୀ

0

ଭୁବନେଶ୍ୱର: ପୁଣି ଥରେ +୨ରେ ନାମଲଖାଇ ପାରିବେ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ମୋଟ ୧ଲକ୍ଷ ୩୪ହଜାର ୧୬୬ ସିଟ ବଳକା ରହିଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ କରିପାରିବେ ବୋଲି କହିଚି ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀମାନେ ନାମ ଲେଖାଇବା ଲାଗି ଆସନ୍ତା ୧୬ ତାରିଖଠାରୁ ସାମ୍ସ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ । ଅଗଷ୍ଟ ୨୮ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଆବେଦନ କରିହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ସେପ୍ଟେମ୍ୱର ୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଯେଉଁମାନେ ମେଧା ତାଲିକାରେ ସ୍ଥାନ ପାଇଥିବେ ସେମାନେ ୫ରୁ ୭ ତାରିଖ ମଧ୍ୟରେ ସଂପୃକ୍ତ କଲେଜମାନଙ୍କରେ ରିପୋର୍ଟିଂ କରିବା ସହ ନାମ ଲେଖାଇପାରିବେ । ସେହିପରି ୧୨ ତରିଖରେ ସ୍ପଟ ନାମଲେଖା ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୩ ତରିଖରେ ସ୍ୱଟ ନାମଲେଖା ହେବ ।