ନିଜ ଇଚ୍ଛାରେ ବିଷୟ ଚୟନ କରିବେ ଛାତ୍ରଛାତ୍ରୀ

0

ଚଳିତ ଶିକ୍ଷା ବର୍ଷ (୨୦୨୪- ୨୫)ରୁ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ପ୍ରଚଳନ କରାଯିବ। ଗତ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ପରେ ତତ୍ପର ହୋଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ଚଳିତ ଶିକ୍ଷାବର୍ଷରୁ ସ୍ନାତକ ସ୍ତରରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ କରାଯିବ। ୪ ବର୍ଷିଆ କ୍ରେଡିଟ୍ ବେସ୍ଡ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ହେବ। ଏଥିରେ ଅନର୍ସ ରହିବ। ଗବେଷଣାକୁ ଗୁରୁତ୍ବ ଦିଆଯିବ। ଛାତ୍ରଛାତ୍ରୀମାନେ ନିଜ ଇଚ୍ଛାରେ ବିଷୟ ଗୁଡ଼ିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ମଧ୍ୟରେ ତାଙ୍କର ଡିଗ୍ରୀ କୋର୍ସକୁ ପୂର୍ଣ୍ଣ କରିପାରିବେ।