ଛାତ୍ର ସଂସଦ ନିର୍ବାଚନର ଆବଶ୍ୟକତା ଦର୍ଶାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ

0

କଟକ: ଚଳିତ ବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଆଗକୁ ହେବାକୁ ନଥିବାବେଳେ ଛାତ୍ର ସଂସଦ ନିର୍ବାଚନର ଆବଶ୍ୟକତା ଦର୍ଶାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହି ଜନସ୍ବାର୍ଥ ମାମଲା ଆବେଦନ କରିଛନ୍ତି ଏବିଭିପି ରାଜ୍ୟ ସମ୍ପାଦକ। ଆଉ ଏଥିରେ ଛାତ୍ର ସଂସଦ ନିର୍ବାଚନ ନ ହେବାର ଅପକାରୀତା ଦର୍ଶାଇଛନ୍ତି ଆବେଦନକାରୀ। ଚଳିତ ବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରହିବା ନୋଟିଫିକେସନ୍ ରାଜ୍ୟ ସରକାର ଜାରି କରିବା ପରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ଜଣାଯାଇଛି।