(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ନୃତ୍ୟ, ଗୀତ ଓ ଅଭିନୟର ଅଗ୍ରଣୀ ଅନୁଷ୍ଠାନ “ମୁଭ ଦି ୱାର୍ଲଡ’ର ଗ୍ରାଣ୍ଡ ସେରେମୋନି ଆୟୋଜିତ ହୋଇ ଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଷ୍ଟୁଡିଓକୁ ଉଦଘାଟନ କରିଥିଲେ। ଆୟୋଜିତ କାର୍ୟ୍ୟକ୍ରମରେ ରିଲିଜ ହେବାକୁ ଥିବା ଓଲିଉଡର ଚଳଚ୍ଚିତ୍ର ‘ତୁ ମୋ କମଜୁରୀ’ର ଅଭିନେତା, ଅଭିନେତ୍ରୀ, ଖଳନାୟକ, ହାସ୍ୟାଭିନେତା ଓ ଅନ୍ୟ କଳାକାରମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ “ମୁଭ ଦି ୱାର୍ଲଡ୍’ ସାଂସ୍କୃତିକ ଅନୁଷ୍ଠାନର କାର୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ। ଶେଷରେ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।