ସୁବର୍ଣପୁର : ସୁବର୍ଣପୁର ଜିଲ୍ଲା ବୀରମହାରାଜପୁର ଅବସରପ୍ରାପ୍ତ ସରକାରୀ କର୍ମଚାରି ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ପର୍ବ ସହିତ ସାଇବର କ୍ରାଇମ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିବରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥ୍ ଭାବରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧୁକାରୀ ହେମନ୍ତ କୁମାର ରାଓ ମଞ୍ଚାସୀନ ଥିଲେ । ପ୍ରଥମେ ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପାଢୀ ଆନୁଷ୍ଠାନିକ ଭାବରେ ସମସ୍ତ ଙ୍କୁ ସ୍ଵାଗତ କରିବା ସହିତ ପୋଲିସ ଓ ବରିଷ୍ଠ ନାଗରିକ ଙ୍କ ସଂପର୍କ ସହ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଅନୁଷ୍ଠାନ ତରଫରୁ ସଭାପତି ଡ.ରଥ ମୁଖ୍ୟ ଅତିଥି ଶ୍ରୀ ରାଓଙ୍କୁ ଉପଢୌକନ ଓ ଫୁଲତୋଡା଼ ଦେଇ ସମ୍ବନ୍ଧ ନା ଜ୍ଞାପନ କରିଥିଲେ । ଉପଖଣ୍ଡ ପୁଲିସ ଅଧିକାରୀ ପୂର୍ବରୁ ବୀରମହାରାଜପୁର ଥାନାରେ ଭାରପ୍ରାପ୍ତ ଅଧିକାରୀ ଥିଲେ ଏବଂ ଏଠାରେ ଅବସ୍ଥାନ କାଳର ଲୋକ ସଂପର୍କ ବଖାଣିଥିଲେ। ବରିଷ୍ଠ ନାଗରିକ ଙ୍କ ସହଯୋଗ ପାଇଁ ସଦା ସର୍ବଦା ତାଙ୍କ ଦ୍ବାର ଖୋଲା ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ସମାଜ ରେ ସାଇବର କ୍ରାଇମ ର ଶିକାର ହେଉଥିବା ଅନେକ ଦୃଷ୍ଟାନ୍ତ ମୂଳକ ଉଦାହରଣ ଦେଇ ସାଇବର କ୍ରାଇମ୍ କୁ କିପରି ରୋକା ଯିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୌମିତ୍ରୀ ମେହେର, ଜ୍ଞାନେନ୍ଦ୍ର ତ୍ରିପାଠୀ, ଦୀନବନ୍ଧୁ ମେହେର, ଗୋବର୍ଦ୍ଧନ ର୍ମିଦ୍ଧା,ଦିଲ୍ଲୀପ ତ୍ରିପାଠୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖୁଥିଲେ । ସଂପାଦକ ସନ୍ତୋଷ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଦୟାନିଧ ହୋତା, ସଦସ୍ୟ ଭୂଷଣ କୁମାର ପାତ୍ର, ବାସୁ ଦେବ ରଥ, ଚମରା ମହାକୁର, ସୁରୁ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।