ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ଜିଲ୍ଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ତଥା ଓଡ଼ିଶାର ପ୍ରଭାବଶାଳୀ ନେତା ଭାବେ ବେଶ ପରିଚିତ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ । ତାଙ୍କର ଦକ୍ଷତା ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟକରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ରାଜ୍ୟ କମିଟିରେ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଛନ୍ତି । ତେବେ ବିଜେଡ଼ିର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ସୋନପୁର ବିଜେଡ଼ି କମିଟି ତରଫରୁ ଶୁଭେଚ୍ଛାର ସୁଅଛୁଟୁଛି । ବିଜୁ ଜନତା ଦଳର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସରୋଜ କମ୍ପ, ପୂର୍ବତନ ରାଜ୍ୟ ମସ୍ୟ ନିଗମର ଅଧକ୍ଷ ଅଭିମନ୍ୟୁ କୁଶଳ, ସୋନପୁର ଜୋନ ଦୁଇ ର ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ବିଜେଡ଼ି ନେତା କୈରୁ ସ୍ବାଇଁ, ଶଙ୍କର ପ୍ରସାଦ ସା, ବିଜେଡ଼ି ଯୁବ ନେତା ଜ୍ୟୋତି ରଞ୍ଜନ କୁଶଳ ଶୁଭେଚ୍ଛା ଜଣେଇଛନ୍ତି ।
ଆଗାମୀ ଦିନରେ ଜିଲ୍ଲାରେ ଏବଂ ରାଜ୍ୟରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଯିବ ବୋଲି କହିଛନ୍ତି ନିରଞ୍ଜନ ପୂଜାରୀ ଏବଂ ତାଙ୍କ ଉପରେ ନବୀନ ବାବୁ ଭରସା କରିଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ନବୀନ ପଟ୍ଟନାୟକ ଙ୍କ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳରେ ନିରଞ୍ଜନ ଖାଦ୍ୟ ଯୋଗାଣ, ଅବକାରୀ, ଶିଳ୍ପ, ଅର୍ଥ ଏବଂ ଓଡ଼ିଶାର ବାଚସ୍ପତି ଭଳି ପଦବୀରେ ରହି ନିଜର ଦକ୍ଷତା ଦେଖେଇଛନ୍ତି ।