ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଞ୍ଜୀବ କୁମାର କର ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସୋନପୁର ଭିଜିଲାନ୍ସ ଟିମ । ଜଣେ ରୋଗୀଙ୍କ ଆଖି ଅପରେସନ ପାଇଁ ପଇସା ଡିମାଣ୍ଡ କରି ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଞ୍ଜୀବ କର । ବୀରମହାରାଜପୁର ବ୍ଲକ ଯାଲୋଏ ଗାଁ ର ଲକ୍ଷ୍ମଣ ତ୍ରିପାଠୀ ତାଙ୍କ ଆଖି ଅପରେସନ ପାଇଁ ଡ଼ାକ୍ତରଖାନାକୁ ଯିବାରୁ ସଂପୃକ୍ତ ଡାକ୍ତର ପଇସା ଡିମାଣ୍ଡ କରିଥିଲେ । ତେବେ ପରେ ସେ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ଫଳରେ ତାଙ୍କୁ ଲାଞ୍ଚ ନେବା ବେଳେ କାବୁ କରିଥିଲା ଭିଜିଲାନ୍ସ । ବଲାଙ୍ଗିର ସୁଦପଡା ସ୍ଥିତ ବାସଭବନ ଓ ସୋନପୁର ସ୍ଥିତ ବାସଭବନରେ ଭିଜିଲାନ୍ସ ଦ୍ୱାରା ତଲାସି ଜାରୀ ରହିଥିବା ସୂଚନା ।