(ଓମ୍ ପ୍ରକାଶ ମିଶ୍ର): ଏଫଡ଼ିଆଇକୁ କେନ୍ଦ୍ର କ୍ୟାବିନେଟର ମଞୁରୀ ସହ ଅନ୍ତଃରାଷ୍ଟ୍ରୀୟ ବ୍ୟବସାୟୀଙ୍କ ପ୍ରବେଶ ନଷ୍ପତ୍ତି ବିରୁଦ୍ଧରେ ଆଜି ରାଜ୍ୟ ବ୍ୟାପି ବନ୍ଦ ପାଳନ କରଯାଉଛି । ସୁବର୍ଣ୍ଣ ପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିକାବୁ ମିଳିଛି । ଜିଲ୍ଲାର ଅଖିଳ ଭାରତୀୟ ବ୍ୟବସାୟି ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସୁବର୍ଣ୍ଣପୁର ମେମ୍ବର୍ସ ଅଫ କମର୍ସ ଅସୋସିଏସନ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଯାହା ଫଳରେ ଦୋକନ ବଜାର ସମତେ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ ରହିଛି । ଏନେଇ ସାଧାରଣ ଜନତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ସମସ୍ତ ଔଷଧ ଦୋକାନ ବନ୍ଦ ଯୋଗୁଁ ରୋଗିମାନେ ମଧ୍ୟ ହଇରାଣ ହେଉଛନ୍ତି । ଏହି ଅବସରରେ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ଏକ ବିକ୍ଷୋଭ ରାଲି ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି । ସଂଘ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିିକ ବ୍ୟବସାୟୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ନିଷ୍ପତ୍ତିରେ ପୁନଃବିଚାର କରି ଖୁଚୁରା ବ୍ୟବସାୟୀଙ୍କ ଜୀବିକାକୁ ସୁରକ୍ଷିତ ରଖିବାକୁ ସଂଘ ଦାବି କରିଛି ବୋଲି ସେ କହିଛନ୍ତି ।