(ଓମ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଗାନ୍ଧି ଜୟନ୍ତୀ ଉପଲକ୍ଷେ ସୋନପୁର ସହରର ଅନୁଷ୍ଠାନ ବାପୁଜୀ କ୍ଳବର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ଲବ ଚଳିତ ବର୍ଷ ୪୯ ବର୍ଷରେ ପର୍ଦାପଣ କରିଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ସୋନପୁର ମହାବିଦ୍ୟାଳୟର ଅଧ୍ୟକ୍ଷ କେଦାର ମିଶ୍ର ଏବଂ ଅଧ୍ୟାପକ ଅଶ୍ୱିନୀ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ।ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ରିଡା, ସାହିତ୍ୟ, କଳା, ତଥା ସଂସ୍କୃତି କ୍ଷେତ୍ରରେ କୄତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।ପରେ ଅଂହିସା ଦିବସରେ ଅଂହିସା ବାର୍ତ୍ତା ଦେବାକୁ ଯାଇ ନାଟ୍ୟଶ୍ରୀ ସ୍ୱଗତ ସଦାନନ୍ଦ ଅଗ୍ରୱାଲ ରଚିତ ନାଟକ “ରକତ” ମଞ୍ଚସ୍ତ ହୋଇଥିଲା।ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ର୍ଦଶକ ଉପସ୍ଥିତ ରହି ଭରପୂର ମଜା ନେଇ ଥିଲେ ।