ଖୋର୍ଦ୍ଧା ବଲାଙ୍ଗୀର ରେଲପଥ ପାଇଁ ୧୦୪,୮୬୫ ଏକର ସରକାରୀ ଜମି ହସ୍ତାନ୍ତର

0

(ଓମ୍ ପ୍ରକାଶ ମିଶ୍ର): ଖୋର୍ଦ୍ଧା ବଲାଙ୍ଗୀର ରେଲପଥ ପାଇଁ ୧୦୪,୮୬୫ ଏକର ସରକାରୀ ଜମି ହସ୍ତାନ୍ତର ହୋଇଛି । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ଟାଉନ ହଲ୍ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ଗୄହ ନିମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଯୋଗ ଦେଇ ପୂବତଟ ରେଳ କତ୍ତୁପକ୍ଷଙ୍କୁ ଜମିର ପଟ୍ଟା ହସ୍ତାନ୍ତର କରିଥିଲେ। ସୁବର୍ଣ୍ଣ ପୁର ଜିଲ୍ଲା ସୋନପୁର ବ୍ଳକ ର ୧୯ ଟି ଓ ରାଜସ୍ୱ ଗ୍ରାମର ୮୧ ,୮୪୫ ଏକର ଓ ତରଭା ବ୍ଳକ ର ୮ ଟି ରାଜସ୍ୱ ଗ୍ରାମର ୨୩,୨୦ ଟି ଏକର ଜମି ହସ୍ତାନ୍ତର କରାଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ଉସବରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲାର ୩୦ ଟି ପ୍ରଭାବିତ ଓ ରାଜସ୍ୱ ଗ୍ରାମର, ବ୍ୟକ୍ତିଗତରେ ଥିବା ୫୪୨,୯୦୯ ଏକର ଜମି ଅଧିଗ୍ରହଣ କରାଯାଇଛି।ରେଲପଥ ପାଇଁ ଜମି ଅଧିଗ୍ରହଣ ଜନିତ ସମସ୍ୟା ରହିବ ନାହିଁ ବୋଲି କହିଥିଲେ।

ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ରେଲପଥ ପାଇଁ ଆବଶ୍ୟକ ସମସ୍ତ ଜମି ଅଧିଗ୍ରହଣ କାର୍ୟ୍ୟ ସମ୍ଫୁଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି।ସେଠାରେ ଉପସ୍ଥିତ ଥିବା ସମ୍ମାନିୟ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ପ୍ରକଳ୍ପ ନିର୍ଦ୍ଧେଷକ ସୁର୍ୟ୍ୟ ନାରାୟଣ ଦାସ, ଇଷ୍ଟ କୋଷ୍ଟ ରେଲୱେ ଉପ ମୁଖ୍ୟ ଯନ୍ତ୍ରୀ ନିମାଣ ଏମ୍ ଜି ସତ୍ୟ ନାରାୟଣ ,ବ୍ଳକ ଅଧ୍ୟକ୍ଷ। ମନ୍ଦାକିନି ନାଗ ,ବିଡ଼ିଓ ନିରଞ୍ଜନ ନାଏକ, ପୈ।ରପରିଷଦ ଇଓ ଅଶୋକ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ।