ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଟଙ୍କା

0

ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ମିଳିବ । ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିବ । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ । ଇ – କେୱାଇସି କରିନଥିଲେ ତୁରନ୍ତ କରନ୍ତୁ । ୨ ଲକ୍ଷରୁ ଅଧିକ ହିତାଧିକାରୀ କରିନାହାନ୍ତି ଇ – କେୱାଇସି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅପଟ୍ ଆଉଟ ହୋଇଥିବା ୧୭ ହଜାର ମହିଳା ପୁଣିଥରେ ସୁଭଦ୍ରାରେ ମିଶିଛନ୍ତି । ସମୁଦାୟ ୩୧ ହଜାର ଅପଟ ଆଉଟ୍ ହୋଇଥିଲେ । ବର୍ତ୍ତମାନ୧୭ ହଜାର ପୁନଃ ସାମଲ ହୋଇଛନ୍ତି । ବାକି ୧୪ ହଜାର ମହିଳା ଅପଟ୍ ଇନ୍ କରିନପାରନ୍ତି ବୋଲି ସେ କହିଛନ୍ତି । ସେମାନେ ଆୟକର ବର୍ଗର ହୋଇଥାଇପାରନ୍ତି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ମହିଳା କେଓ୍ବାଇସି ଅପଡେଟ୍ କରିନାହାନ୍ତି । ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେଓ୍ବାଇସି ଅପଡେଟ୍ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।