ଭୁବନେଶ୍ୱର: ରାଜ୍ୟରେ ଶୁଭାରମ୍ଭ ହେଲା ସୁଭଦ୍ରା କଲ ସେଣ୍ଟର । ଏହାର ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହା ଦ୍ୱାରା ୧୪୬୭୮ ଟ୍ରୋଲ୍ ଫ୍ରି ନମ୍ୱରରେ କଲ୍ କରି ମହିଳାମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ । ତେବେ ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସେପ୍ଟେମ୍ୱର ୧୭ ପରେ ମିଳିବ ସୁଭଦ୍ରା ଟଙ୍କା । ଫର୍ମ ଦାଖଲ କୌଣସି ଶେଷ ତାରିଖ ନାହିଁ ।
ସୂଚନା ଥାଉକି, ଖୋଲିଛି ସୁବଦ୍ରା ପୋର୍ଟାଲ । ଯାହା ଫଳରେ ଅନଲାଇନର ଆବଦେନ କରିବେ ସୁଭଦ୍ରା ଆବେଦନକାରୀ । ରାଜ୍ୟରେ ଯେମିତି ଜଣେ ବି ଯୋଗ୍ୟ ଆବେଦନରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଯତ୍ନବାନ ହୋଇଛନ୍ତି ମୋହନ ସରକାର । ଅନଲାଇନ ଆବେଦନର ପ୍ରମୁଖ ଭୁମିକା ନେବ । ରାଜ୍ୟରେ ଥିବା ପ୍ରାୟ ୩୫ ହଜାର କମନ ସର୍ଭିସ ସେଣ୍ଟର ଜନ ସେବା କେନ୍ଦ୍ର । ସେପଟେ ଅବଶ୍ୟାକ ପଡିଲେ ରାଜଧାନୀ ର ବୂଭିନ୍ନ ବସ୍ତି ଅଂଚଳରେ ସ୍ୱତନ୍ତ୍ର କ୍ୟାମ୍ପ କରିବାକୁ ଯୋଜନା ହଉଛି।