ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

0

ଭୁବନେଶ୍ବର: ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ। ‘ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ସୁଭଦ୍ରା’ ସମ୍ପର୍କିତ ସମସ୍ତ ସୂଚନା ଏହି ପୋର୍ଟାଲରେ ଉପଲବ୍ଧ ହେବ। subhadra.odisha.gov.inରେ ସମସ୍ତ ସୂଚନା ରହିବ। ସାଧାରଣ ନାଗରିକ ଏଥିରୁ ସଠିକ୍ ତଥ୍ୟ ପାଇପାରିବେ। ମହିଳାମାନେ କୌଣସି ବି ତଥ୍ୟ ଜାଣିବାକୁ ଚାହିଁଲେ ପୋର୍ଟାଲରୁ ଜାଣିପାରିବେ। ସେଥିପାଇଁ ପୋର୍ଟାଲରେ ସଠିକ୍ ଏବଂ ସରଳ ଭାବେ ସୂଚନା ଉପଲବ୍ଧ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୂଚନା ଅନୁଯାୟୀ, ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ । ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ର ଫର୍ମ ଦାଖଲ କରିବେ। ତେବେ  ସୁଭଦ୍ରା ଯୋଜନା ସମ୍ବନ୍ଧୀୟ କୌଣସି ନୂଆ ଘୋଷଣା ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ । ଆଉ କିଛି ଜାଣିବାକୁ ହେଲା ଆପଣ ଟୋଲ ପ୍ରୀ ନମ୍ବର -୧୪୬୭୮ ରେ କଲା କରିବେ । ଏହି ଟୋଲ ପ୍ରୀ ନମ୍ବର ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ।  ଏହି ଫର୍ମ ସମ୍ପୂର୍ଣ ମାଗଣାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିବ । ସରକାରଙ୍କ ଅନୁମୋଦନ କ୍ରମେ ଚଳିତ ବର୍ଷର ରାକ୍ଷୀ ପୁର୍ଣ୍ଣିମା କିସ୍ତି ସେପ୍ଟେମ୍ବର ୧୭ ତାରିଖରେ ଦେବା ଆରମ୍ଭ କରାଯିବ । ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ।