ଢ଼େଙ୍କାନାଳ /ଗୌତମ ମୁଦୁଲି: ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ରାଲି।ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି। ସେହିଭଳି ଆଜି ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ନୟାଭାଗିରଥିପୂର ପଞ୍ଚାୟତରେ ସୁଭଦ୍ରା ରାଲି ଅନୁଷ୍ଠିତ ହୋଇଯାଇଛି।
ଏହି ରାଲି ନୟାଭାଗିରଥିପୂର ପଞ୍ଚୟତରୁ ଆରମ୍ଭ ହୋଇ ନୟାଭାଗିରଥିପୂର ପୂର୍ବ ବାଡ ଏବଂ ପଶ୍ଚିମ ବାଡ ଦେଇ ଯାଇଥିଲା।ଏହି ରାଲିରେ ନୟାଭାଗିରଥିପୂର ପଞ୍ଚାୟତ ସରପଞ୍ଚ ଜତି ନାୟକ,ପଞ୍ଚାୟତ ଏ.ଡି.ଓ. ରିତାରାଣୀ ସାହୁଙ୍କ ସମେତ ପଞ୍ଚାୟତର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସାମିଲ ହୋଇଥିଲେ। ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ଏହି ରାଲି ଚାଲିବ।ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେବ।