ଏପ୍ରିଲ ୨୪ ତାରିଖରେ ମହିଳାଙ୍କ ଆକାଉଣ୍ଟ କୁ ଆସିବ ଷଷ୍ଠ ପର୍ଯ୍ୟାୟ ଟଙ୍କା…

0

ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଅର୍ଥାତ ସୁଭଦ୍ରାର ପ୍ରଥମ ଷଷ୍ଠ ପର୍ଯ୍ୟାୟ ଟଙ୍କା ଆସନ୍ତା ୨୪ ତାରିଖରେ ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନେ ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଯିଏ ଯୋଗ୍ୟ ବିବେଚିତ ହେବେ ସେମାନେ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ପ୍ରଭାତୀଙ୍କ ଏହି ଘୋଷଣା ପରେ ଏବେ ପୁଣି ଥରେ ସୁଭଦ୍ରା ଆବେଦନକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସୂଚନା ଅନୁସାରେ, ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ଏପ୍ରିଲ ୨୪ରେ ପ୍ରଥମ କିସ୍ତିର ଷଷ୍ଠ ପର୍ୟ୍ୟାୟ ଟଙ୍କା ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ । ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ, ସେମାନେ ପାଇବେ ବୋଲି ପ୍ରଭାତୀ ସ୍ପଷ୍ଟ କରିଛନ୍ତି ।