ସିଂହ ସହିତ ସେଲଫି ନେଲେ ଶୁବମନ ଗିଲ

0

ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି ଭାରତୀୟ ଟିମର ଖେଳାଳି। ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ନିଜକୁ ଚିନ୍ତା ଏବଂ ଷ୍ଟ୍ରେସରୁ ମୁକ୍ତି ରହିବା ପାଇଁ ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି । ଶୁବମନ ଗିଲ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବେଶ୍‌ ପସନ୍ଦ କରୁଛନ୍ତି । ଏହି ଫଟୋରେ ଶୁବମନ ଗିଲ୍‌ ସିଂହ ସହିତ ସେଲଫି ନେଇଛନ୍ତି । ଏହି ଫଟୋ ଦେଖି ଫ୍ୟାନ୍ସ ପ୍ରତିକ୍ରିୟା ଦେଉଛନ୍ତି । ଫଟୋଟି ଭାଇରଲ ହେବାରେ ଲାଗିଛି । କେବଳ ଶୁବମନ ଗିଲଙ୍କ ସହିତ ସରଫରାଜ ଖାନ ମଧ୍ୟ ଜଙ୍ଗଲ ସଫାରୀର ମଜା ନେଉଛନ୍ତି । ସରଫରାଜ ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରିଛନ୍ତି । ସୂଚନାଯୋଗ୍ୟ, ସରଫରାଜ ଭାରତ-ଏ ଟିମ୍‌ ପାଇଁ ଖେଳୁଛନ୍ତି ।