ମୟୂରଭଞ୍ଜ-: ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ଦୁର୍ଗମ ଅଞ୍ଚଳ ମାଣିକପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗାଁର ସୁରୁ ମୁଣ୍ଡାଙ୍କୁ ନିଜ ଘରେ ବିଦ୍ୟୁତ ସଂଯୋଗ ପାଇବା ପାଇଁ ଗତ ବର୍ଷ ଡିସେମ୍ବର ମାସରେ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ଟିପିଏନଓଡିଏଲର ଅନୁଭବ ସେବା କେନ୍ଦ୍ର ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ | ଏହାପରେ ଟଙ୍କା ମଧ୍ୟ ପୈଠ କରିଥିଲେ | ତଥାପି ସୁରୁ ମୁଣ୍ଡା ବହୁବାର ବିଦ୍ୟୁତ ଯୋଗାଣ ନିମନ୍ତେ ବିଭାଗୀୟ କାର୍ଯାଳୟକୁ ଦୌଡ଼ି ଦୌଡି ନୟାନ୍ତ ହୋଇଥିଲେ | ଟିପିଏନଓଡ଼ିଏଲ କର୍ମଚାରୀଙ୍କ ଅସହଯୋଗ ମନୋଭାବ ଯୋଗୁଁ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଥିଲେ | ଆଜି ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୁରୁ ମୁଣ୍ଡାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଅଭିଯୋଗ କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ |