ଭୁବନେଶ୍ୱର: ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚୀ । ଓଡ଼ିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚୀ । ପଦ ଛାଡ଼ିବା ନେଇ ଟୁଇଟ୍ ଯୋଗେ ସୁବତ୍ର ବାଗଚୀଙ୍କ ସୂଚନା ।ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡ଼ୁଥିବା ଜଣାଇଲେ ସୁବ୍ରତ । ବିଶ୍ୱାସକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ଜଣାଇଲେ ।ଓଡିଶା ଦକ୍ଷତା ବିକାଶ ଅଧ୍ୟକ୍ଷ ଭାବେ ୭ ବର୍ଷ ରହିଥିଲେ ସୁବତ୍ର । ସେ ଅଧ୍ୟକ୍ଷ ପଦ ଛାଡିବା ପରେ ତାଙ୍କ ସ୍ଥାନରେ ଅଳକା ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ସୁବ୍ରତ ବାଗଚି ଦୀର୍ଘ ୭ ବର୍ଷ ଧରି ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ବ୍ୟକ୍ତିଗତ କାରଣ ପାଇଁ ସେ ପଦ ଛାଡିଥିବା କଥା ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।