କିସ୍‌ କରିବା ପାଇଁ ଫିଲ୍ମରେ କରାଯାଏ ଏମିତି ଟ୍ରିକ୍‌ : ପ୍ରକୃତରେ ହୁଏ ନାହିଁ କୌଣସି ଅନ୍ତରଙ୍ଗ ଦୃଶ୍ୟ ସୁଟିଂ…

0

ବ୍ୟୁରୋ : ବଲିଉଡ ହେଉ କି ଓଲିଉଡ଼ ଆଜିକାଲିର ଫିଲ୍ମ ପରି ପୂର୍ବରୁ ଏତେ ଅନ୍ତରଙ୍ଗ ଦୃଶ୍ୟ ନ ଥିଲା।ବର୍ତ୍ତମାନ OTT ପ୍ଲାଟଫର୍ମରେ ଏହି ସିନ ଗୁଡିକ ଅଧିକ ପ୍ରଚଳିତ। ଏମିତି କି ଏହି ଦୃଶ୍ୟ ଗୁଡିକ ନା ଥିଲେ ଫିଲ୍ମ ଟି ଏକପ୍ରକାର ଫିକା ବୋଲି କୁହାଯାଉଛି । କିନ୍ତୁ ଏସବୁ ସିନ୍‌ ସାମ୍ନାକୁ ଆସିଲେ ମନରେ ପ୍ରଶ୍ନଟିଏ ଉଙ୍କି ମାରେ ଯେ, ଏହି ସିନ୍‌ କରିବାକୁ ଅଭିନେତ୍ରୀ ମାନେ ରାଜି ହେଉଛନ୍ତି କିପରି ? ସୁଟିଂ ସେଟରେ ଏତେ ଲୋକଙ୍କ ମଧ୍ୟରେ ଏହି ଦୃଶ୍ୟଗୁଡ଼ିକ କିପରି ସୁଟ ହୋଇଥାଏ। ସାଧାରଣ ଭାବେ ଏସବୁ ସୁଟ କରିବା ଆଦୌ ସହଜ ମଧ୍ୟ ନୁହେଁ ।
ଆସନ୍ତୁ ଜାଣିବା କିଛି ଭିତିରି କଥା ;
ସୁଟିଂ ସେଟରେ ଏହି ସିନ୍‌ ସୁଟ କରିବା ପାଇଁ ଅଭିନେତା ଓ ଅଭିନେତ୍ରୀଙ୍କ ଅନୁମୋଦନ ନିଆଯାଏ। ଯେଉଁ ସମୟରେ ଉଭୟ ଏହି ଦୃଶ୍ୟର ସୁଟ ପାଇଁ ଅସହଜ ମନେ କରନ୍ତି ସେହି ସମୟରେ ଦୁଇ ତାରକାଙ୍କ ମଧ୍ୟରେ ଦର୍ପଣ ରଖାଯାଏ। ତେବେ ଭାବୁଛନ୍ତି କି, ଏହି ଦର୍ପଣ ଟିର ଭୂମିକା କଣ ? ଦୁଇ ତାରକା ଉକ୍ତ ଦର୍ପଣ ଉପରେ ଚୁମ୍ବନ ଦେଇଥାନ୍ତି । ଏବଂ ଏଡିଟିଂ ମାଧ୍ୟମରେ ତାହାକୁ ବାସ୍ତବିକ ଚିତ୍ର ଭାବରେ ପ୍ରଦର୍ଶିତ ହୋଇଥାଏ ।

ପ୍ରାୟତଃ ଅନ୍ତରଙ୍ଗ ଦୃଶ୍ୟର ସୁଟିଂ ସମୟରେ ଏୟାର ବ୍ୟାଗ ମଧ୍ୟ ବ୍ୟବହୃତ ହୋଇଥାଏ । ଯଦି ଦୃଶ୍ୟରେ ଅଭିନେତ୍ରୀଙ୍କ ଟପଲେସ ଦୃଶ୍ୟ ଥାଏ, ତେବେ ଏକ ପୁସଅପ ପ୍ୟାଡ ରହିଥାଏ। ଟପଲେସ ଦୃଶ୍ୟରେ ଅଭିନେତ୍ରୀ ସିଲିକନ ପ୍ୟାଡ଼ର ବ୍ୟବହାର କରିଥାନ୍ତି ।

ବହୁ ବାର ଚଳଚ୍ଚିତ୍ର ନିର୍ମାତା ମାନେ ଦୃଶ୍ୟ ପାଇଁ କ୍ରୋମା ସଟ ବ୍ୟବହାର କରନ୍ତି। ବ୍ୟାକଗ୍ରାଉଣ୍ଡରେ ସବୁଜ ଓ ନୀଳ କଭର ରଖାଯାଇ ସୁଟିଂ କରାଯାଏ । ଏଡିଟିଂ ସମୟରେ ଏହାକୁ ଅପସାରଣ କରାଯାଏ ଅର୍ଥାତ ଏହା କଟିଯାଏ । ଫଳରେ ଦୃଶ୍ୟଟି ସମ୍ପୂର୍ଣ୍ଣ ବାସ୍ତବ ମନେ ହୁଏ ।