(ଗୋପ / ଜୟନ୍ତ କୁମାର ସେଠୀ ): ପଞ୍ଚ ଭୁତ ରେ ବିଲୀନ ହୋଇ ଛନ୍ତି ସୁଚରିତା ଦାଶ। ପୁରୀ ସ୍ୱର୍ଗ ଦ୍ୱାର ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ତେବେ ଅନ୍ତିମ ସମୟ ତାଙ୍କ ପୁଅ ମୁଖାଗ୍ନି ଦେଇ ଥିଲେ। ସମସ୍ତେ ସୁଚରିତା କାର୍ୟ୍ୟ କୁ ମନେ ପକାଇବା ସହ ସେ ଅମର ହୋଇ ଯାଇ ଥିବା ଅନୁଭବ କରିଥିଲେ।
ଜୀବନ ଚାଲିଗଲା । ହେଲେ ଯିବା ପୂର୍ବରୁ ଆଉ ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛନ୍ତି । ଅଙ୍ଗଦାନ କରି ସବୁ ଦିନ ପାଇଁ ଅମର ହୋଇଯାଇଛନ୍ତି ସୁଚିତ୍ରା ଦାଶ । ସୁଚିତ୍ରାଙ୍କ ଦୁଇଟି କିଡନୀ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ ହୋଇଛି । ତେବେ ସୁଚିତ୍ରା ଙ୍କ ମୃତ୍ୟୁ ରେ ତାଙ୍କ ପରିବାର ମନ ଦୁଖ କରିଥିଲେ ମଧ୍ୟ ଅଙ୍ଗଦାନ କାର୍ୟ୍ୟ କୁ ନେଇ ଖୁସି ହୋଇ ଥିଲେ। ସୁଚିତ୍ରା ଙ୍କ ଏହି ମହତ କାର୍ୟ୍ୟ ଓଡିଶା ରେ ଅନ୍ୟ ମାନଙ୍କୁ ମଧ୍ୟ ପ୍ରେରଣା ଦେବ।