ଜଗତସିଂହପୁର(ଦିଲ୍ଲୀପ ସାହୁ): ଜଗତସିଂହପୁର ଏରସମା ବ୍ଲକ ଢିଙ୍କିଆଠାରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଛି । ତେବେ ଗତ ଦୁଇ ଦିନ ତଳେ ଆନ୍ଦୋଳନକାରୀମାନଙ୍କ ଉପରେ ପୋଲିସର ଲାଠି ଚାର୍ଜକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏହି ଘଟଣାକୁ ନେଇ ଆଜି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଢିଙ୍କିଆ ଗ୍ରାମରୁ ପୋଲିସ କ୍ୟାମ୍ପ ତୁରନ୍ତ ହଟାଇବା, ଗିରଫ ଆନ୍ଦୋଳନକାରୀ ନେତା ଦେବେନ୍ଦ୍ର ସ୍ୱାଇଁ ଓ ଅନ୍ୟ ଆନ୍ଦୋଳନକାରୀମାନଙ୍କୁ ତୁରନ୍ତ ଖଲାସ କରିବା, ବଳ ପୂର୍ବକ ଜମି ଅଧିଗ୍ରହଣ ବନ୍ଦ କରିବା, ଜେଏସଡବ୍ଲୁ ପ୍ରକଳ୍ପ ବାତିଲ କରିବା ଆଦି ୬ଦଫା ଦାବି କରିଛି ଏସୟୁସିଆଇ । ଜଗତସିଂହପୁର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।