(ଅନୁସ୍ୱୟା)ଭୁବନେଶ୍ୱର: ପୁଣି ଥରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକାରେ ଚିତ୍ର ଆଙ୍କି ଲୋକଙ୍କ ମନ କିଣି ନେଉଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ରାଜ୍ୟ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜ ପ୍ରତିଭା ମାଧ୍ୟମରେ ପରିଚୟ ସୃଷ୍ଟି କରିଛନ୍ତି । ଆମେରିକାରେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପିପୁଲ ଚଏସ ଆୱାଡ଼ ହାସଲ କରିବାରେ ସଫଳ ହୋଇଛନ୍ତି । ସେ ଆମେରିକାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ସମୁଦ୍ରକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ କରିଥିବାର ବାଲୁକା କଳା ପ୍ରଦର୍ଶନ କରିଥିଲେ ।