ତ୍ରିପୁରା: ମାନସିକ ଚିନ୍ତା, ଅବସାଦ ଆଉ ତା’ପରେ ଅପରାଧ ।ଏଭଳି କିଛି ବର୍ବରତା ଘଟିଛି ତ୍ରିପୁରାର ଖୋଓଇ ଠାରେ । ପେଶାରେ ମିସ୍ତ୍ରୀ ଥିବା ପ୍ରଦୀପ ଦେବରାଇ ନାମକ ଜୈନିକ ବ୍ୟକ୍ତି ଗତ କିଛି ଦିନ ହେବ ମାନସିକ ଚିନ୍ତାଗ୍ରସ୍ତ ରହିଆସୁଥିବା ସହ ଲୋକମାନଙ୍କ ସହ କଥାବାର୍ତା ବନ୍ଦ କରିଦେଇଥିଲେ । ମାତ୍ର ଗତ ଶ୍ରୁବାର ଦିନ ହଠାତ ହିଂସାତ୍ମକ ହୋଇ ଏକ ଧାରୁଆ ବେଲଚାରେ ନିଜ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ନିଜ ୨ ଝିଅ ଓ ସାନ ଭାଇକୁ ହତ୍ୟା କରିବା ପରେ ଆକ୍ରମଣ କରିଥିଲେ ସ୍ତ୍ରୀକୁ । ମାତ୍ର ସ୍ତ୍ରୀ ମୀନାଙ୍କ , ଗୁରୁତର ଅବସ୍ଥାରେ ଥିଲେ ମଧ୍ୟ ଦେବରାଇଙ୍କୁ ଚକମା ଦେଇ ଖସିଯାଇଥିଲେ ।
ରାଗରେ ଦେବରାଇ ଘରୁ ବାହାରି ପାଖ ସାଇପଡିଶାଙ୍କ ଘର ଘର ବୁଲିଥିଲେ । ଭୟରେ ପଡିଶା ଲୋକମାନେ ନିଜ ଘର କବାଟ କିଳି ରହିଥିଲେ । କାହାର ସାହାସ ନଥିଲା ପ।।ଖକୁ ଆସି ଦେବରାଇଠାରୁ ଧାରୁଆ ବେଲଚା ହଟାଇବାକୁ । ସେହିସମୟ ମଧ୍ୟରେ କିଛି ଲୋକ ପୋଲିସକୁ ଖବର ଦେଇଥିଲେ ।ରାସ୍ତାରେ ଯାଉଥିବା ଏକ ଅଟୋରିକ୍ସାରେ କ୍ରିଷ୍ଣା ଦାସ ଏବଂ ତାଙ୍କ ପୁଅ କରନବିର ମଧ୍ୟ ବର୍ତିନଥିଲେ ଆକ୍ରମଣରୁ । ବେଲଚା ଆକ୍ରମଣରେ ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବା ବେଳେ ଶିଶୁଟିକୁ ଗୁରୁତର କରିଦେଇଥିଲା ନୃସଂସ ଦେବରାଇ ।
ପୋଲିସ ଟିମ ପହଞ୍ଚି ଦେବରାଇକୁ କାବୁ କରିବା ସମୟରେ ଧସ୍ତାଧସ୍ତିରେ ସତ୍ୟଜିତ ନାମକ ଜଣେ ପୋଲିସ ଅଫିସର ମଧ୍ୟ ଗୁରୁତର ହୋଇଥିଲେ । ଶେଷରେ ପୋଲିସ ଦେବରାଇକୁ ଗିରଫ କରି ତଦନ୍ତ ଚଲାଇଛି ।