ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କୁ ଦିଆଯିବ ପର୍ଯ୍ୟାପ୍ତ ସମୟ । ଏନେଇ ରେଳବାଇ, ପୋଲିସ ଓ ଏମ୍ସର ମିଳିତ ବୈଠକରେ ନିଷ୍ପତି ହୋଇଛି । କଂଟେନରରେ ସଂରକ୍ଷିତ ଶବ ଗୁଡିକର ସ୍ଥିତି ବିଗିଡି ନାହିଁ ତେଣୁ ବର୍ତମାନ ସମୟରେ ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସୂଚନା ଅନୁସାରେ ୭୫ଟି ନମୂନା ଡିଏନଏ ପରୀକ୍ଷା ପାଇଁ ଯାଇଥିବା ବେଳେ ରିପୋର୍ଟ ଆସିନଥିବାରୁ ଅନିଶ୍ଚିତତା ବଢିବାରେ ଲାଗିଛି । ତେବେ ଶବ ନେବା ପାଇଁ ଡିଏନଏ ରିପୋର୍ଟକୁ ଅପେକ୍ଷା କରିବାକୁ ପଡିବ । କିନ୍ତୁ ଏହାପରେ ରହିଯାଇଥିବା ଅଚିହ୍ନା ଶବ ଗୁଡିକୁ ଏକାଠି ଗଣଦାହ କରିବାକୁ ଯୋଜନା କରାଯାଇଛି । ତେବେ ଏନେଇ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଲେ ପ୍ରକ୍ରୀୟା ଆରମ୍ଭ ହେବ ।