ପାକିସ୍ତାନର ଜାତୀୟ ପାନୀୟ ‘ଆଖୁରସ”

0

(ରିପୋର୍ଟସ ଟୁଡ଼େ/ଭୁବନେଶ୍ୱର): ପାକିସ୍ତାନ ସରକାରଙ୍କ ପକ୍ଷରୁ ଜାତୀୟ ପାନୀୟ ନେଇ ତିନିଟି ବିକଳ୍ପ ଉପରେ ପ୍ରଶ୍ନ କରାଯାଇଥିଲା। ଜାତୀୟ ପାନୀୟ ଭାବେ କମଳାଲେମ୍ବୁ, ଗାଜର ଓ ଆଖୁ ମଧ୍ୟରୁ କେଉଁ ଫଳର ରସକୁ ଆପଣ ସପନ୍ଦ କରନ୍ତି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ୮୧ ପ୍ରତିଶତ ଲୋକ ଆଖୁରସ ସପକ୍ଷରେ ମତ ରଖିଥିଲେ। କମଳା ରସ ସପକ୍ଷରେ ୧୫ ପ୍ରତିଶତ ମତ ଆସିଥିଲା ବେଳେ ଗାଜର ରସକୁ ମାତ୍ର ୪ ପ୍ରତିଶତ ସମର୍ଥନ ମିଳିଥିଲା। ଭାରତ ଭଳି ପାକିସ୍ତାନରେ ମଧ୍ୟ ଆଖୁରସ ଖୁବ ଲୋକପ୍ରିୟ। ଆଖୁରସ ଶସ୍ତା ହୋଇଥିବା ବେଳେ ଶରୀର ଲାଗି ଉପକାରୀ। ‘ଆଖୁରସ’କୁ ଜାତୀୟ ପାନୀୟ ଭାବେ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ପାକିସ୍ତାନ ସରକାର ଟ୍ବିଟରରେ ଏକ ଜନମତ ସର୍ଭେ କରିବା ପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।