(ବନବାସି ପାଧାନ): ଗତକାଲି ବାଲିଗୁଡ଼ା କମନାସାହି ଠାରେ ଏକ ଦୁଃଖଭରା ଘଟଣା ଘଟିଯାଇଛି । ଖବର ଅନୁଯାୟି ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ବଣ୍ଡଗୁଡ଼ା ଗ୍ରାମର ଚକ୍ରବତ୍ତି ପ୍ରଧାନଙ୍କ ଝୀଅ ସତ୍ୟଭାମା ପ୍ରଧାନ ବୟସ ୩୦ ବର୍ଷ ଶିକ୍ଷୟତ୍ରୀ ଜଣକ ନିଜ ଓଢଣିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ ।
ସ୍ଥାନୀୟ ପଂଚାୟତରେ ଲଦାମିଲା ପ୍ରାଥମିକ ସ୍କୁଲରେ ଶିକ୍ଷାସହାୟକ ଭାବରେ ଚାକିରି କରୁଥିଲେ । ସେ କିଛି ବର୍ଷ ହେବ କମନା ସାହି କୈଶିକ ସାହୁ ଘରେ ଭଡ଼ାରେ ରହୁଥିବା ବେଳେ ନିଜ ଓଢଣିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ । ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ମୃତଶରୀର ପାଖରୁ ଏକ ସୁଇସାଇଟ ନୋଟ ପାଇଥିଲା । ଏଥିରେ ମୋର ମୃତ ପାଇଁ ମୁଁ ନିଜେ ଦାୟି ବୋଲି ଲେଖାଯାଇଥିଲା । ସଂନ୍ଧ୍ୟା ୭ଟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ଆଜି ସକାଳୁ କରାଯାଇଥିବା ଜଣାପଡ଼ିଛି । ହେଲେ ଶିକ୍ଷୟତ୍ରୀ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ନା ତାଙ୍କୁ ଆତ୍ମହତ୍ୟା କରିକାୁ ବାଧ୍ୟ କରାଯାଇଛି ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛ । ଘର ମାଲିକଙ୍କ କହିବା ଅନୁସାରେ କେସ ରୁଜୁ କରିଛି ପୋଲିସ । ଶିକ୍ଷୟତ୍ରୀଙ୍କ ବାପା ଓ ପରିବାର ପକ୍ଷରୁ ଏହାର ଶିଘ୍ର ପୋଲିସ ତଦନ୍ତ କରି ସତ୍ୟାସତ୍ୟ ପ୍ରକାଶ କରିବାକୁ ପ୍ରସାଶନ ପାଖରେ ଦାବି କରିଛନ୍ତି ।