ବରଗଡ଼ : ସାରା ଦେଶ ଦୀପାବଳି ଉତ୍ସବ ପାଳନ କରୁଥିବା ବେଳେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁସନପୁରୀ ବିଜୟା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ଵାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ମୃତକ ଜଣକ ହେଲେ 38 ବର୍ଷିୟ କିଶୋର ଭୋଇ ଓ ପ୍ରାୟ 30 ବର୍ଷିୟ ସୁନିତା ଭୋଇ ବୋଲି ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ଖବର ପାଇ ସଙ୍ଗେ ସଙ୍ଗେ ଭଟଲି ଥାନାଧିକାରୀ ବିଭୂତି ଭୂଷଣ ଦଳେଇ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ତେବେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଛୁରୀ ଭୂସି ହତ୍ୟା କରିବା ପରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏନେଇ ଭଟଲି ଥାନା ରେ ଏକ ମାମଲା ରୁଜୁ କରାଯାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି l