ପୁଅ ମାନଙ୍କ ଅପେକ୍ଷା ସାଧାରଣତଃ ଝିଅ ମାନେ ସଜେଇ ହେବ ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ସଜେଇ ହୋଇ ସ୍କୁଲ ଯିବା ଜଣେ ଛାତ୍ରୀଙ୍କୁ ପଡିଲା ମହଙ୍ଗା । ପଶ୍ଚିମ ଏସିଆର ଏକ ଇସଲାମିକମ ଦେଶ ବା ଇରାନରେ ମହିଳାଙ୍କ ଜୀବନ ଜିଇଁବା କଷ୍ଟସାଧ୍ୟ ହୋଇପଡିଛି । ମହିଳା ମାନଙ୍କୁ ବଞ୍ଚିବାକୁ ହେଲେ ଶାସକ ମାନଙ୍କ ଜିଦକୁ ମାନିବାକୁ ପଡୁଛି । ଏହି ଦେଶରେ, ଯଦି ମହିଳାମାନେ ନିୟମ ବିରୁଦ୍ଧରେ ଯାଆନ୍ତି ତେବେ ଜୀବନ ହରାଇବାକୁ ପଡିପାରେ ।
ନିକଟରେ, ତେହେରାନର ଏକ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କ କଠୋର ଡ୍ରେସ କୋଡକୁ ବିରୋଧ କରିବାକୁ ଅସନ୍ତୋଷ ପ୍ରକାଶ ପାଇଥିବା ମାମଲା ସାମ୍ନାକୁ ଆସିଛି। ଇରାନର ଫାର୍ସ ପ୍ରଦେଶରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଏକ ଆଶ୍ଚର୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ଛାତ୍ରୀର ଏକମାତ୍ର ଅପରାଧ ହେଉଛି ଯେ ସେ ନେଲପଲିସ୍ ଲଗାଇ କେଶ ରଙ୍ଗ କରିଥିଲେ।
ରିପୋର୍ଟ ଅନୁଯାୟୀ, ସ୍କୁଲ ପ୍ରଧାନଶିକ୍ଷକଙ୍କଠାରୁ ଧମକ ଓ ହିଂସା ଘଟଣା ଘଟିବା ପରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ।ବାଣିଜ୍ୟ ଆସୋସିଏସନ୍ ଅଫ୍ ଇରାନ ଏଡୁକେଟର୍ସଙ୍କ ସମନ୍ୱୟ ପରିଷଦ ଅନୁଯାୟୀ, ‘ସ୍କୁଲ ନିୟମ ପାଳନ ନକରିବା ପାଇଁ ଛାତ୍ର ଜଣକ ପ୍ରବଳ ଚାପରେ ଥିଲେ। ତେବେ ପୋଷାକ ସମ୍ବନ୍ଧରେ ଇରାନରେ ମହିଳାଙ୍କ ଉପରେ କଡା ପ୍ରତିବନ୍ଧକ ରହିଛି। ଇରାନ ତାର ସେହି ରୁଢିବାଦୀ ଚିନ୍ତାଧାରାକୁ ମାଡିବସି ଧରିଛି । ବାରମ୍ବାର ମହିଳାଙ୍କ ଉପରେ ଅତ୍ୟାଚାର କରି ବିଶ୍ୱବ୍ୟାପୀ ସମାଲୋଚିତ ହେଉଛି, ହେଲେ ତାର ବ୍ୟବହାରରେ କୌଣସି ପରିବର୍ତ୍ତନ ଆସୁନି । ୨୦୨୨ରେ ସେଠାର ଡ୍ରେସ କୋଡ ଉଲ୍ଲଙ୍ଘନକୁ ନେଇ ଯେଉଁ ହଇଚଇ ସୃଷ୍ଟି ହେଲା ତାକୁ ସାରା ବିଶ୍ୱ ନିନ୍ଦାକଲା । ତଥାପି ସେହି ଚିନ୍ତାଧାରାରେ ସାମାନ୍ୟତମ ପରିବର୍ତ୍ତନ ହୋଇନି ।