ମିଛ ଖେଳ ସତ ପାଲଟିଗଲା

0

ଭୁବନେଶ୍ୱର: ଦୀର୍ଘ ୧୬ଘଣ୍ଟା ପରେ ପାଣି ଭିତରୁ ଉଦ୍ଧାର ହେଲେ ନବନ ଶ୍ରେଣୀ ଛାତ୍ର ସୁମିତେନ୍ଦ୍ର ସାହୁଙ୍କ ମୃତଦେହ। ଆଜି ସକାଳୁ ଏକ ଘଣ୍ଟା ପାଣି ଭିତରେ ଖୋଜିବା ପରେ ସୁମିତେନ୍ଦ୍ରଙ୍କ ମୃତଦେହକୁ ଠାବ କରିଥିଲା ଅଗ୍ନିଶମ ବିଭାଗ । ସେପଟେ ସୁମିତେନ୍ଦ୍ରଙ୍କ ସାଙ୍ଗ ପୋଲିସ ଆଗରେ କହିଛନ୍ତି ମିଛି ମିଛିକା ପାଣି ଭିତରେ ଲୁଚକାଳି ଖେଳୁଥିବା ବେଳେ ସତସତିକା ବୁଡିଯାଇଥିଲେ ସୁମିତେନ୍ଦ୍ର । ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇଛି ପୋଲିସ ।
୧୬ ଘଣ୍ଟା ପରେ ପାଣି ଭିତରୁ ଉଦ୍ଧାର ହେଲା ମୃତଦେହ ।ମୃତ ସୁମିତେନ୍ଦ୍ରର ବୟସ ୧୪ ବର୍ଷ । ଗୁରୁବାର ସନ୍ଧ୍ୟା ୫ ଟା ସମୟରେ ନିଜର ୪ ଜଣ ସାଙ୍ଗଙ୍କ ସହ ଦୟାନଦୀକୁ ଆସିଥିଲେ । କେତେବେଳେ ମାଛ ଧରୁଥିଲେ ଆଉ କେତେ ବେଳେ ବୁଡି ଯିବାର ଅଭିନୟ କରୁଥିଲେ। ହେଲେ କିଏ ଜାଣିଥିଲା ସେଇ ମିଛି ମିଛିକା ଖେଳ ସତ ହୋଇଯିବ। ଥରେ ଗାମୁଛା ଲଗାଇ ସାଙ୍ଗ ମାନେ ଟାଣିଥିଲେ। ହେଲେ ପୁଣିଥରେ ପାଣିରେ ବୁଡିବା ପରେ ଆଉ ଫେରି ନଥିଲେ ସୁମିତେନ୍ଦ୍ର ।