ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ସକାଳୁଆ ସ୍କୁଲ କରିଛନ୍ତି । ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର ଆସିଛି । ଚଳିତ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏକାଡେମିକ୍ କ୍ୟାଲେଣ୍ଡରରେ ଆସନ୍ତା ମେ ୬ ତାରିଖରେ ଛାତ୍ରଛାତ୍ରୀମାନଙ୍କୁ ଖରା ଛୁଟି ମିଳିବ । ଆଗାମୀ ଦିନରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢିବାକୁ ଥିବାବେଳେ ଏହି ନିଷ୍ପତ୍ତି ନିଆଯାଇଛି । ଖରା ଛୁଟି ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସୂଚନା ଅନୁଯାୟୀ, ଏକାଡେମିକ୍ କ୍ୟାଲେଣ୍ଡରରେ ୨୩୧ଟି କାର୍ଯ୍ୟଦିବସ ରହିଛି । ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୦ଟି ପୂଜା ଓ ବିଭିନ୍ନ ଛୁଟି ରହିଛି । ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି । ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି।