(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଖରାଦିନେ ଷ୍ଟାଇଲିସ ଲୁକ୍ ପାଇବା ସହିତ ଆରାମ ପାଇବା ପାଇଁ ଆପଣ କେଉଁ କେଉଁ କପଡାର ପୋଷାକ ପିନ୍ଧିପାରିବେ ଆସନ୍ତୁ ଜାଣିବା।
କଟନ୍ କପଡା
ଏହା ପିନ୍ଧିବାକୁ ବହୁତ ଆରାମଦାୟକ ମଧ୍ୟ ହୋଇଥାଏ। କଟନ କପଡା ମଧ୍ୟ ଦେଇ ବାୟୁ ଚଳାଚଳ ହୋଇପାରିଥାଏ ଓ ଏହା ଆପଣଙ୍କର ଶରୀରର ଆର୍ଦ୍ରତାକୁ ସହଜରେ ଶୋଷିନେଇଥାଏ। କଟନ ପୋଷାକ ପିନ୍ଧିବା ପରେ ଆପଣ ଏକ ଷ୍ଟାଇଲିସ ଲୁକ୍ ପାଇଥାନ୍ତି।
ଲିନେନ୍ କପଡା
ଏହି କପଡା ବହୁତ ଆରାମଦାୟକ ହୋଇଥାଏ। ଖରାଦିନେ ବଜାରରେ ଲିନେନ୍ ଓ କଟନ୍ ମିଶାଇ ପୋଷାକ ଅଧିକ ବିକ୍ରି କରାଯାଇଥାଏ ଯାହାକି କିଣିବା ପାଇଁ ମଧ୍ୟ ଶସ୍ତା ହୋଇଥାଏ। ଏହା ଦେଖିବାକୁ ବହୁତ ସୁନ୍ଦର ହେବା ସହିତ ଆପଣଙ୍କୁ ଆରାମ ମଧ୍ୟ ପ୍ରଦାନ କରିଥାଏ।
ଖଦି କପଡା
ଖଦି କପଡାର ଚାହିଦା ବହୁତ ଅଧିକ। ଏହି କପଡାରେ କୌଣସି ଏମ୍ବ୍ରୋଡୋରୀ କାମ ହୋଇଥାଉ ବା ନହୋଇଥାଉ ଏହା ଆପଣଙ୍କୁ ଏକ କ୍ଲାସି ଲୁକ୍ ଦେଇଥାଏ। ଖଦି କପଡାରେ ପ୍ରସ୍ତୁତ ଜ୍ୟାକେଟ, କୁର୍ତ୍ତା କିମ୍ବା ଶାଢୀ ପିନ୍ଧି ଭିନ୍ନ ଲୁକ୍ ପାଇପାରିବେ।
ପଲିଷ୍ଟର
ଖରାଦିନେ ସ୍ପୋର୍ଟ୍ସୱିୟର ଭାବରେ ପଲିଷ୍ଟର କପଡାର ପୋଷାକ ପିନ୍ଧିପାରିବେ। ଏହି କପଡା ବହୁ ଦିନ ପର୍ୟ୍ୟ ନ୍ତ ରହିଥାଏ। ଯଦି ଆପଣଙ୍କ ଦେହରୁ ଅଧିକ ଝାଳ ବାହାରୁଥାଏ ତେବେ ଏହି ପୋଷାକ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ସଠିକ ରଙ୍ଗ ବାଛିବା ଜରୁରୀ
ଏହିଦିନେ ହାଲୁକା ରଙ୍ଗର ପୋଷାକ ପିନ୍ଧିବା ଜରୁରୀ। ଗାଢରଙ୍ଗର ବା କଳାରଙ୍ଗର ପୋଷାକ ଖରାର ତାତିକୁ ଅଧିକ ଶୋଷି ନେଇଥାଏ ଓ ଆପଣଙ୍କୁ ବହୁତ ଗରମ ଅନୁଭୂତ ହୋଇଥାଏ। ଏହାବ୍ୟତୀତ ହାତକଟା ପୋଷାକ ପିନ୍ଧି ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଖରାରେ ବାହାରକୁ ଯାଉଥିଲେ କଟନ କପଡାର ଫୁଲ୍ ହାତ ଥିବା ପୋଷାକ ପିନ୍ଧନ୍ତୁ।