ସୂର୍ଯ୍ୟ ଙ୍କ ବିନା କଣ ହେବ, ଜାଣନ୍ତୁ

0

(ରିିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ): କୌଣସି କାରଣରୁ ଯଦି ସୂର୍ୟ୍ୟ ଗାୟବ ହୋଇଗଲା ତେବେ ସମସ୍ତ ଗ୍ରହ,କ୍ଷୁଦ୍ର ଗ୍ରହ, ଧୂମକେତୁ ଏବଂ ଯିଏ ବି ସୂର୍ୟ୍ୟର ପରିକ୍ରମା କରୁଛନ୍ତି ସେମାନେ ନିଜର ଆଗାମୀ ଗତିକୁ ମଜବୁତ ରଖିବେ। କିନ୍ତୁ ସେମାନେ ସେଥିରେ ପଡିଯିବା ବଦଳରେ ମହାକାଶରେ ଗୋଟେ ସିଧା ରେଖାରେ ଉଡିଯିବେ।
ଏହାଦ୍ବାରା କିଛି ଗ୍ରହ ଗୁରୁତ୍ବାକର୍ଷଣ କାରଣରୁ ଗୋଟିଏ ଅନ୍ୟ ଗୋଟିଏ ସହିତ ଲାଗିଯିବ କିମ୍ବା ସେମାନଙ୍କ ଭିତରେ ଜୋରଦାର ଟକ୍କର ମଧ୍ୟ ହୋଇପାରେ।
-ସମ୍ଭାବନା ଏହା ମଧ୍ୟ କରାଯାଉଛି ଯେ ସମସ୍ତ ଗ୍ରହ ସୌର ଅନ୍ତରିକ୍ଷରେ ଗୋଟିଏ ସିଧା ରେଖାରେ ଚାଲି ଚାଲି ଆମ ସୌର ମଣ୍ଡଳରୁ ବାହାରକୁ ଚାଲିଯିବେ।
-ଆମ ପୃଥିବୀ ଗରମକୁ ଭଲଭାବେ ସୁରକ୍ଷିତ ରଖିଥାଏ, ଏଥିପାଇଁ ଜୀବନ ଜଲଦି ଶେଷ ହେବ ନାହିଁ।
-ଯେଉଁଭଳି ଭାବେ ପୃଥିବୀ ଥଣ୍ଡା ହୋଇ ଚାଲିବ, ପୃଥିବୀରୁ ଜୀବଙ୍କର ଅସ୍ତିତ୍ବ କମି କମି ଯିବ।
-ପୃଥିବୀ ଉପରେ ଅନ୍ଧାର ମାଡି ଆସିବ, ଗଛ-ଲତା ମଧ୍ୟ ମରିଯିବେ।
-ଧରିତ୍ରୀରେ ଥଣ୍ଡା ବହୁତ ଶିଘ୍ର ବଢ଼ିବ। ସୂର୍ୟ୍ୟଙ୍କ ବିକିରଣର ଅଭାବରୁ ଜୀବନର ସମ୍ଭାବନା ଶେଷ ହୋଇଯିବ। କିଛି ଦିନ ମଧ୍ୟରେ ତାପମାତ୍ରା ଶୂନରୁ ୧୦୦ ଡିଗ୍ରୀ ତଳକୁ ଚାଲିଯିବ।
-ପୃଥିବୀରେ ସୂକ୍ଷ୍ମ ଜୀବଙ୍କ ବ୍ୟତୀତ କାହାର ମଧ୍ୟ ବଞ୍ଚିବା ସମ୍ଭବ ହେବ ନାହିଁ। ଏହି ଜୀବମାନେ ପୃଥିବୀର ଗରମକୁ ମଧ୍ୟ ସହି ଜୀବିତ ରହିପାରନ୍ତି।